ଶ୍ୱଶୁର ଘରକୁ ଯିବାବେଳେ ଟ୍ରକ୍‌ ଚାପିଦେଲା!

ରାସ୍ତାରେ ଯିବାବେଳେ ଗୋଟଏ ଟ୍ରକ୍‌ ଦ୍ରୁତଗତିରେ ଆସି ପଛପଟୁ ବାଇକ୍‌ ଧକ୍କା ଦେଇଥିଲା।

Representative Image

  • Published: Sunday, 02 June 2024
  • , Updated: 02 June 2024, 04:06 PM IST

ଟ୍ରକ୍ ବାଇକ୍ ମୁହାମୁହିଁ ଧକ୍କା। ଗୋଟିଏ ପରିବାରର ୩ ଗୁରୁତର। ଗୁରୁତର ମାନେ ହେଲେ ଆରତ ବେହେରା, ସ୍ତ୍ରୀ ଝିଲି ବେହେରା ଓ ଛୁଆ। ଚିକିତ୍ସା ପାଇଁ ଦଶପଲ୍ଲା ରୁ ନୟାଗଡ଼ ସ୍ତାନାନ୍ତର କରାଯାଇଛି।

ଏଭଳି ଦୁର୍ଘଟଣା ଘଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଣୀଗୋଛା ଥାନା ଦୂର୍ଗାପ୍ରସାଦ ଛକ ନିକଟରେ। ଗୋଟିଏ ବାଇକରେ ସ୍ୱାମୀ ଆରତ ବେହେରା, ସ୍ତ୍ରୀ ଝିଲି ବେହେରା ଓ ଛୁଆକୁ ନେଇ ଶ୍ୱଶୁର ଘର ଫୁଲବାଣୀ ଅଭିମୁଖେ ଯାଉଥିଲେ। ରାସ୍ତାରେ ଯିବାବେଳେ ଗୋଟଏ ଟ୍ରକ୍‌ ଦ୍ରୁତଗତିରେ ଆସି ପଛପଟୁ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ଟି ତଳେ ପଡ଼ିଯାଇଥିଲା। ବାଇକ୍‌ରେ ଯାଉଥିବା ଆରତଙ୍କ ସହ ସ୍ତ୍ରୀ ଓ ପିଲା ତଳେ ପଡ଼ିଯାଇଥିଲେ। ଗୋଟିଏ ପରିବାରର ୩ ଜଣ ରକ୍ତାକ୍ତ ଅବସ୍ତାରେ ରାସ୍ତାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଆମ୍ବୁଲାନ୍ସକୁ ଖବର ଦେଇଥିଲେ।

ତେବେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଏନେଇ ଖବର ପାଇ ବାଣୀଗୋଛା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related story