ବାପାଙ୍କ ଟ୍ରାକ୍ଟର ଚକା ତଳେ ଗଲା ପୁଅର ଜୀବନ। ଘଟଣାଟି ଘଟିଛି ବୌଦ୍ଧ ଥାନା ନାରାୟଣନଗର ଗାଁରେ। ମୃତ ଶିଶୁଟିର ନାଁ ଆହ୍ୱାନ କର୍ଣ୍ଣ। ତାକୁ ମାତ୍ର ୪ ବର୍ଷ ହୋଇଥିଲା।
ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ତେବେ ଆହ୍ୱାନଙ୍କୁ ଦେଖିପାରି ନଥିଲେ କର୍ଣ୍ଣ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲା ପଛ ପଟୁ ହଠାତ୍ ଦୌଡ଼ି ଆସିଥିବା ପୁଅ ଆହ୍ୱାନ। ଟ୍ରାକ୍ଟର ଚକା ତଳେ ସେ ଚାପି ହୋଇଯାଇଥିଲା।
ପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ରକ୍ତାକ୍ତ ହୋଇ ପଡ଼ିଥିଲା ପୁଅ। ସଙ୍ଗେ ସଙ୍ଗେ ତାକୁ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।