Advertisment

ବାପା ଚଲାଉଥିଲେ ଟ୍ରାକ୍ଟର, ଚକା ତଳେ ପଡ଼ିଗଲା ପୁଅ

ପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।

Son

Son

Advertisment

ବାପାଙ୍କ ଟ୍ରାକ୍ଟର ଚକା ତଳେ ଗଲା ପୁଅର ଜୀବନ। ଘଟଣାଟି ଘଟିଛି ବୌଦ୍ଧ ଥାନା ନାରାୟଣନଗର ଗାଁରେ। ମୃତ ଶିଶୁଟିର ନାଁ ଆହ୍ୱାନ କର୍ଣ୍ଣ। ତାକୁ ମାତ୍ର ୪ ବର୍ଷ ହୋଇଥିଲା।

Advertisment

ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ତେବେ ଆହ୍ୱାନଙ୍କୁ ଦେଖିପାରି ନଥିଲେ କର୍ଣ୍ଣ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲା ପଛ ପଟୁ ହଠାତ୍ ଦୌଡ଼ି ଆସିଥିବା ପୁଅ ଆହ୍ୱାନ। ଟ୍ରାକ୍ଟର ଚକା ତଳେ ସେ ଚାପି ହୋଇଯାଇଥିଲା। 

ପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ରକ୍ତାକ୍ତ ହୋଇ ପଡ଼ିଥିଲା ପୁଅ। ସଙ୍ଗେ ସଙ୍ଗେ ତାକୁ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Advertisment

ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ପୁଲିସ ଘଟଣାର ତଦନ୍ତ କରୁଛି।   

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe