Advertisment

ଘରେ ନିଆଁ ଲାଗି ଫାଟିଲା ଗ୍ୟାସ୍‌ ଟାଙ୍କି

ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି

fire

fire

Advertisment

ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ପୋଡ଼ିଗଲା ଘର। ଏଭଳି ଅଗ୍ନିକାଣ୍ଡ ଘଟିଛି ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଝଡ଼େଶ୍ୱର ମନ୍ଦିର ନିକଟରେ ଥିବା ଗୋଟିଏ ଘରେ। ଆଜି ସେଇ ଘରେ ପରିବାର ଲୋକେ ଥିବା ବେଳେ ରୋଷେଇ ଘରେ ହଠାତ୍‌ ନିଆଁ ଲାଗିଥିଲା। ଏହା ଦେଖି ସମସ୍ତେ ଭୟରେ ଘରୁ ବାହାରି ଯାଇଥିଲେ। ନିଆଁ ତୀବ୍ର ହେବାରୁ ନିଆଁକୁ ଆୟତ କରିହୋଇନଥିଲା। ଫଳରେ ଘରେ ଥିବା ଗ୍ୟାସ୍‌ ଟାଙ୍କୀ ଫାଟିଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଥିଲା ଗୋଟିଏ ପରିବାର ଜୀବନ।

Advertisment

ଏହି ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe