Advertisment

ଜଳିଗଲା ଧାନଗଦା; ୬ ଚାଷୀଙ୍କର ୩ ଶହ କୁଇଣ୍ଟାଲ ଧାନ ପାଉଁଶ

ଧାନ ଗଦାରେ ୬ ରୁ ୭ ଜଣ ଚାଷୀଙ୍କ ଧାନ ଥିଲା। ପ୍ରାୟ ୧୦ ଟ୍ରିପ ଧାନ ଏବଂ ଧାନଗଦା ଥିଲା। ହଠାତ୍ କୈଣସି କାରଣରୁ ନିଆଁ ଲାଗି ଯାଇଥିଲା।

author-image
Biswajit Samal
Kalahandi

Kalahandi

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଉଛଲା ଗାଁର ବାଗପଡ଼ା ଠାରେ ଏକ ଧାନ ଖଳାରେ ନିଆଁଲାଗି ଜଳିଯାଇଛି ୩୦୦ କୁଇଣ୍ଟାଲ ଧାନ। 

Advertisment

ଏହି ଖଳାରେ ୬ ରୁ ୭ ଜଣ ଚାଷୀଙ୍କ ଧାନ ଗଦା ମରାଯାଇଥିଲା। ଆଜି ହଠାତ୍ କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ନିଆଁକୁ ଲିଭାଇବା ପାଇଁ ଆପ୍ରାଣଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭି ନଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ଲିଭିଲା ବେଳକୁ ଖଳାରେ ଥିବା ୮୦ ଭାଗ ଧାନ ଜଳି ପାଉଁଶ ହୋଇଯାଇଥିଲା।

ରିପୋର୍ଟ – ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Kalahandi Fire Accident