Kalahandi
ନିଆଁ ଲାଗି ଜଳିଗଲା ଧାନ ଗଦା। କଳାହାଣ୍ଡି ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁରେ ଘଟିଛି ଏହି ଘଟଣା। ନିଆଁଲାଗି ଖଳାରେ ଥିବା ୭ ଏକର ଜମିର ଧାନ ବିଡା ଜଳିଯାଇଛି।
Advertisment
ଚାଷୀ ଝସକେତନ ଦୁର୍ଗା ଓ ଫକୀର ଦୁର୍ଗା (ଦୁଇ ଭାଇ) ୭ ଏକର ଜମିରୁ ଧାନ ଅମଳ କରି ବିଡ଼ା ବାନ୍ଧି ଖଳାରେ ରଖିଥିଲେ। ଆଜି ଅଚାନକ ସେଥିରେ ନିଆଁ ଲାଗି ଯାଇଥିଲା। କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ହେଲେ ସେତେବେଳକୁ ସବୁ ପାଉଁଶ ହୋଇଯାଇଥିଲା। ଝସକେତନ ଓ ଫକୀରଙ୍କ ୮୦ ପ୍ରତିଶତ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା।
ହାରାମାଲ ରାଜସ୍ୱ ନିରୀକ୍ଷକ ସୁଭଦା ନାଏକ ପହଞ୍ଚି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
