Advertisment

ଖେଳିଲା ବେଳେ ଲାଗିଗଲା ପଘା, ଚାଲିଗଲା ନାବାଳକର ଜୀବନ

ଗାଇ ପଘା ତାଙ୍କ ବେକରେ ଗୁଡ଼ାଇ ହୋଇ ଅଟକି ଯାଇଥିଲା। ଯାହାଦ୍ବାରା ଶ୍ବାସ ରୁଦ୍ଧ ହୋଇ କାମରାଜୁର ମୃତ୍ୟୁ ହୋଇଥିଲା।

Minor son

Minor son

Advertisment

ଖେଳ ହେଲା କାଳ, ଚାଲିଗଲା ନାବାଳକ ପୁଅର ଜୀବନ। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କମାଗ ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ କାମରାଜୁ ସେଠି।

Advertisment

ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଘର ଭିତରେ ଖେଳୁଥିଲେ କାମରାଜୁ। ସେଇ ସମୟରେ ଘରର ସମସ୍ତ ଲୋକ ଅନ୍ୟ କାମରେ ବ୍ୟସ୍ତ ଥିଲେ। ନାବାଳକ କାମରାଜୁ ଖେଳିଲା ବେଳେ ଘରର ଝରକାରେ ଥିବା ଗାଇର ପଘାକୁ ନିଜ ବେକରେ ଗୁରାଇ ଦେଇ ଖେଳୁଥିଲେ। ଏତିକି ବେଳେ ଗାଇ ପଘା ତାଙ୍କ ବେକରେ ଗୁଡ଼ାଇ ହୋଇ ଅଟକି ଯାଇଥିଲା। ଯାହାଦ୍ବାରା ଶ୍ବାସ ରୁଦ୍ଧ ହୋଇ କାମରାଜୁର ମୃତ୍ୟୁ ହୋଇଥିଲା।

କିଛି ସମୟ ପରେ ପରିବାର ଲୋକ କାମରାଜୁକୁ ତଳେ ପଡ଼ିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ନାବାଳକ କାମରାଜୁକୁ ମୃତ ଘୋଷଣା କରିଥିଲେ।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe