Advertisment

ରାଜଧାନୀରେ ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର କାମୁଡ଼ା ଭୟ। ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି।

Bhubaneswar

Bhubaneswar

Advertisment

ରାଜଧାନୀରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଏମସି ଏହାକୁ ସ୍ୱୀକାର କରିଛି। କୁକୁରଙ୍କ ବନ୍ଧ୍ୟାକରଣକୁ ନେଇ ହାଇକୋର୍ଟରେ ମାମଲା ଥିବାରୁ ବିଏମସି ତାହା କରିପାରୁନି।

Advertisment

ଅନ୍ୟପଟେ ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର କାମୁଡ଼ା ଭୟ। ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି। ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ନେଇ ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରକୁ ନେଇ ଅତିଷ୍ଠ। ରାତି କଥା ତ ଛାଡ଼ନ୍ତୁ, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି। ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି।

ଏନେଇ ଏହି ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅଡ଼ର ମିଳିବା ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବ। ମଞ୍ଚେଶ୍ୱର ଅଞ୍ଚଳରେ ୨୫୦ କୁକୁରଙ୍କ ଲାଗି କେନେଲ ତିଆରି ହୋଇଛି। ବୈଜ୍ଞାନିକ ପ୍ରକ୍ରିୟାରେ କୁକୁରଙ୍କ ପାଇଁ ହସ୍ପିଟାଲ ତିଆରି ହୋଇଛି। ଯେଉଁଠି ପ୍ରତିଦିନ ୧୦୦ କୁକୁରଙ୍କ ଅସ୍ତ୍ରୋପଚାର ହୋଇପାରିବ।

Advertisment
Dog Curse Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe