Advertisment

ଜଳିଗଲା ସପିଙ୍ଗ୍‌ ମଲ୍‌

ସପିଙ୍ଗ୍‌ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି।

Fire

Fire

Advertisment

ଆନନ୍ଦପୁରରେ ଏକ ସପିଙ୍ଗ୍‌ ମଲ୍‌ରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ସବୁ ସାମଗ୍ରି। ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ସପିଙ୍ଗ୍‌ ମଲ୍‌ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Advertisment

ସୂଚନା ଆନୁସାରେ ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ସପିଙ୍ଗ୍‌ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି। ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ହେଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ଆହୁରି ଦମକଳ ଗାଡ଼ିର ଅବସ୍ୟକ ପଡ଼ିଲା। ସେଥିପାଇଁ ଅନନ୍ଦପୁର, ଘସିପୁରା, ହାଟଡ଼ିହି, ଘଟଗାଁ, ଯାଜପୁର ରୋଡ଼ରେ ଥିବା ଦମକଳ କେନ୍ଦ୍ରରୁ ୭ଟି ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।

ତେବ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମଲ୍‌ରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ବହାରି ଆସିଛନ୍ତି। ମଲ୍‌ର ଗୋଟିଏ ପଟ କାନ୍ଥ ଭାଙ୍ଗି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି।

Advertisment
Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe