Advertisment

ମାଟିତଳେ ଫସିଗଲେ ଶ୍ରମିକ

ମାଟି ତଳେ ଫସି ଯିବା ବେଳେ ଅଣନିଶ୍ୱାସୀ ହୋଇଯାଇ ଚିତ୍କାର କରିଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
worker

worker

କାମ ଚାଲୁଥିଲା ବେଳେ ମାଟିତଳେ ଫସିଗଲେ ଶ୍ରମିକ। ଆହାତ ଶ୍ରମିକଙ୍କ ନାଁ ହେଉଛି ରାଜୁ ସେନାପତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାଲଗୋଦାମ ଅଞ୍ଚଳରେ।

Advertisment

ଆଜି ସକାଳେ ରାଜୁ କାମକୁ ଯାଇଥିଲେ। ସେଠାରେ ନିର୍ମାଣ କାମ ଚାଲୁଥିବା ସମୟରେ ମାଟି ଧସିଥିଲା। ରାଜୁ ମାଟିତଳେ ଚାପି ହୋଇଥିଲେ। ମାଟି ତଳେ ଫସି ଯିବା ବେଳେ ଅଣନିଃଶ୍ୱାସୀ ହୋଇଯାଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ଅନ୍ୟ ଶ୍ରମିକମାନେ ସେଠାକୁ ଧାଇଁ ଯାଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏସିସିବି ମାଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment
Worker