ଆଜି ବି ବାହାନଗାରୁ ଶୁଭୁଛି କାନ୍ଦ... | Odisha Reporter
Advertisment
ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି । ବାହାନଗାରେ ଘଟିଥିବା ସେହି ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା । କରମଣ୍ଡଳ ଏକ୍ସପ୍ରେସ ସହ ମାଲବୋଝେଇ ଟ୍ରେନ୍ ଏବଂ ଜସୱନ୍ତପୁର ହାଓ୍ୱଡା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୧୨ ଶହରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ସେଦିନରେ ଶବର ପାହାଡ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକଙ୍କ ମନରୁ ଏଯାଏଁ ଲିଭିନି ଦୁଃଖ । ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us