Advertisment

ବିଦ୍ୟୁତ ତାର ସଂସ୍ପର୍ଶ ଆସି ଯୁବକ ମୃତ

ସାଇରାମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Electricity

Electricity

Advertisment

ରାବଣ ପୋଡ଼ି ଉତ୍ସବୟ ସମୟରେ ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ମିନି ଷ୍ଟାଡିୟମ ପଡ଼ିଆରେ ଚାଲିଥିବା ରାବଣ ପୋଡି ଉତ୍ସବ ସମୟରେ  ବିଦ୍ୟୁତ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ଗଁନ୍ଦିଆ ଥାନା ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମର ସାଇରାମ ସାହୁ ବୋଲି ଜଣାପଡିଛି।

Advertisment

ଗତକାଲି ମିନି ଷ୍ଟାଡିୟମ ପଡ଼ିଆରେ ରାବଣ ପୋଡ଼ି ହେଉଥିଲା। ସାଇରାମ ରାବଣ ପୋଡ଼ି ଦେଖୁଥିଲେ। ଏହି ସମୟରେ ସେଠାରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ସାଇରାମ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ସାଇରାମଙ୍କୁ ମୃତ ଘୋଷଣା କରିଥିଲେ। ସାଇରାମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe