Advertisment

ପାଣିରେ ବୁଡ଼ି ଯୁବକ ମୃତ

ସକାଳେ ରମେଶ ଖନ୍ଦାପୋଲକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ି ଯାଥିଲେ।

author-image
Biswajit Samal
Sambalpur

Sambalpur

ସମ୍ବଲପୁର ଜିଲ୍ଲା ରେଢାଖୋଲ ଖନ୍ଦାପୋଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରମେଶ ବେହେରା ତାଙ୍କ ଘର ରେଢାଖୋଲ ନୂଆସାହିରେ।

Advertisment

ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ରମେଶ ଖନ୍ଦାପୋଲକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ି ଯାଥିଲେ। ପାଣି ଭିତରେ ସେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।

ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖନ୍ଦାପୋଲରୁ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।

Advertisment
Accident