ପାଣିରେ ବୁଡ଼ି ଯୁବକ ମୃତ

ସକାଳେ ରମେଶ ଖନ୍ଦାପୋଲକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ି ଯାଥିଲେ।

ଲୋକମାନେ ଦେଖୁଛନ୍ତି

  • Published: Friday, 05 April 2024
  • , Updated: 05 April 2024, 05:53 PM IST

ସମ୍ବଲପୁର ଜିଲ୍ଲା ରେଢାଖୋଲ ଖନ୍ଦାପୋଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରମେଶ ବେହେରା ତାଙ୍କ ଘର ରେଢାଖୋଲ ନୂଆସାହିରେ।

ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ରମେଶ ଖନ୍ଦାପୋଲକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ବୁଡ଼ି ଯାଥିଲେ। ପାଣି ଭିତରେ ସେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।

ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖନ୍ଦାପୋଲରୁ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।

Related story