mahanadi
ମହାନଦୀରେ ଗାଧେଇବା ବେଳେ ଯୁବକ ନିଖୋଜ। ଏଭଳି ଘଟଣା ଘଟିଛି କଟକ ଜିଲ୍ଳା ନରାଜ କୈବର୍ତ୍ତ ସାହି ତୁଠରେ। ମୃତକଙ୍କର ପରିଚୟ ମିଳିନାହିଁ।
Advertisment
ଆଜି ଦିନ ପ୍ରାୟ ଗୋଟିଏ ବେଳେ ୭ଜଣ ଯୁବକ କଟକ କାଳୀଗଳି ଅଞ୍ଚଳରୁ ନରାଜ ବୁଡ଼ା ବନ୍ଧ ନିକଟକୁ ଗାଧେଇବାକୁ ଯାଇଥିଲେ। ସେମାନେ ସମସ୍ତେ ସାଙ୍ଗହୋଇ ଗାଧେଇବା ବେଳେ ଜଣେ ଯୁବକ ଗଭିର ପାଣି ଭିତରକୁ ପଶିଯାଇଥିଲେ। ଆଉ ଯୁବକ ଜଣଙ୍କ ସମସ୍ଥଙ୍କ ଆଖି ଆଗରେ ପାଣିରେ ବୁଡ଼ି ଯାଇଥିଲେ। ତେବେ ନଦୀ କୂଳରେ ମାଛ ଧରୁଥିବା କିଛି ଲୋକ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଯୁବକ ଜଣଙ୍କ ସେମାନଙ୍କ ହାତରୁ ଖସିଯାଇଥିଲେ। ଆଉ ସେମାନେ ଯୁବକଙ୍କୁ ଖୋଜି ଖୋଜି ପାଇନଥିଲେ।
ଏନେଇ ସ୍ଥାନୀୟ ଲୋକମାନେ ଗୋଡ଼ିସାହି ଫାଣ୍ଡି ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
