ବ୍ରିଜ ଉପରେ ବସିଥିବା ବେଳେ ତାଳଦଣ୍ଡା କେନାଲକୁ ଖସି ପଡ଼ିଲେ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣା ଘଟିଛି କଟକ ଜିଲ୍ଲାରେ। ଯୁବକଙ୍କ ପରିଚୟ ମିଳିନାହିଁ।
ଗତକାଲି ଯୁବକ ଜଣଙ୍କ ରାଣୀହାଟ ସ୍ଥିତ ବ୍ରିଜ ଉପରେ ବସିଥିଲେ। ହଠାତ୍ ସେ ତାଳଦଣ୍ଡା କେନାଲ ତଳକୁ ଖସିପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାକୁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୨ଟି ଅଗ୍ନିଶମ ଟିମ୍ ପହଞ୍ଚି ନିଖୋଜ ବ୍ୟକ୍ତିକୁ ଖୋଜାଖୋଜି କରିଥିଲେ। ହେଲେ ଯୁବକ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ବି ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।
Also Read
ଯୁବକ ଜଣଙ୍କ କିପରି ତାଳଦଣ୍ଡା କେନାଲକୁ ଖସିପଡ଼ିଲେ, ତାଙ୍କ ମୁଣ୍ଡାଇଲା କି ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।ଅସାବଧାନତା କାରଣରୁ ଯୁବକ ଜଣଙ୍କ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।
Accident
କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର
ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି।
Accident
ବନ୍ଦେ ଭାରତ ଏକ୍ସପ୍ରେସ୍ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ
ରାଜେନ୍ଦ୍ରଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ି ନାହିଁ।