Advertisment

ତାଳଦଣ୍ଡା କେନାଲକୁ ଖସିପଡ଼ିଲେ ଯୁବକ; ମିଳୁନି ପତ୍ତା

ଆଜି ବି ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।

Drowning

Drowning

Advertisment

ବ୍ରିଜ ଉପରେ ବସିଥିବା ବେଳେ ତାଳଦଣ୍ଡା କେନାଲକୁ ଖସି ପଡ଼ିଲେ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣା ଘଟିଛି କଟକ ଜିଲ୍ଲାରେ। ଯୁବକଙ୍କ ପରିଚୟ ମିଳିନାହିଁ।

Advertisment

ଗତକାଲି ଯୁବକ ଜଣଙ୍କ ରାଣୀହାଟ ସ୍ଥିତ ବ୍ରିଜ ଉପରେ ବସିଥିଲେ। ହଠାତ୍ ସେ ତାଳଦଣ୍ଡା କେନାଲ ତଳକୁ ଖସିପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାକୁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୨ଟି ଅଗ୍ନିଶମ ଟିମ୍ ପହଞ୍ଚି ନିଖୋଜ ବ୍ୟକ୍ତିକୁ ଖୋଜାଖୋଜି କରିଥିଲେ। ହେଲେ ଯୁବକ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ବି ନିଖୋଜ ଯୁବକଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।

ଯୁବକ ଜଣଙ୍କ କିପରି ତାଳଦଣ୍ଡା କେନାଲକୁ ଖସିପଡ଼ିଲେ, ତାଙ୍କ ମୁଣ୍ଡାଇଲା କି ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।ଅସାବଧାନତା କାରଣରୁ ଯୁବକ ଜଣଙ୍କ ଖସିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 

Advertisment
Cuttack Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe