Advertisment

ଅଂଶୁଘାତରେ ଯୁବକ ମୃତ!

ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି

ଅଦ୍ୟତନ ହୋଇଛି
Sunstroke

Sunstroke

Advertisment

ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥି‍ବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ହେଉଛି ଆଶିଷ ବନଛୋର (୩୨)। ତାଙ୍କ ଘର ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗାନ୍ଧିନଗରରେ।

Advertisment

ଆଶିଷ ବନଛୋର ଏନଏସିରେ ସଫେଇ କାମ କରନ୍ତି। ବୁଧୁବାର (ଗତକାଲି) ପ୍ରଚଣ୍ଡ ରୌଦ୍ରତାପରେ ସେ ଏନଏସିରେ ସଫେଇ କାମସାରି ଘରକୁ ଫେରିଥିଲେ। ହେଲେ ଆଶିଷ ଘରେ ପହଞ୍ଚି ଅସୁସ୍ଥ ହୋଇଯାଇଥିଲେ। କିନ୍ତୁ ପରିବାର ଲୋକେ ତାଙ୍କୁ ବିଳମ୍ବିତ ରାତିରେ ବିନିକାଙ୍କୁ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଶିଷଙ୍କ ବାପା ଅଂଶୁଘାତରେ ପୁଅର ମୃତ୍ୟୁ ହୋଥିବା ନେଇ ଥାନାରେ ଲଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସତ୍ୟନାରାୟଣ ପାଣିଗ୍ରାହୀ, ମେଡିକାଲ ସୁପରିଟେନଣ୍ଡେଣ୍ଟ କହିଛନ୍ତି, ଗତକାଲି ରାତି ୩ଟାରେ ଆଶିଷ ବନଛୋର ନାମକ ଜଣେ ଯୁବକଙ୍କୁ କିଛି ଲୋକ ମେଡିକାଲକୁ ଆଣିଥିଲେ। ହେଲେ ମେଡିକାଲ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଆମେ ପୁଲିକୁ ଜଣାଇଥିଲୁ। ମୃତ୍ୟୁର କାରଣ  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

Advertisment
Death Sunstroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe