Advertisment

୧୩୨ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

ଡାଳ କାଟିଲା ବେଳେ କୌଣସି କାରଣ ବଶତଃ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଗୋଡ଼ ପେଟ, ଛାତି ଆଦି ପୋଡି ଯାଇଥିଲା।

Dhenkanal

Dhenkanal

Advertisment

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଘଟଇଛି ଏହି ଘଟଣା।

Advertisment

ମୃତ ଯୁବକଙ୍କ ନାଁ ଜଗନ ରାଉତ (୨୮)। ତାଙ୍କ ଘର ସେହି ବସୁଲେଇ ଗାଁରେ।

ବସୁଲେଇ ଗାଁ ପାଖ ଜଙ୍ଗଲ ଦେଇ ୧୩୨ କେଭି ବିଦ୍ୟୁତ ତାର ଯାଇଛି। ଆଜି ଦିନ ପ୍ରାୟ ୧୧ ଟା ବେଳେ ଜଗନ ଛେଳି ପାଇଁ ଡାଳ କାଟିବା ପାଇଁ ଜଙ୍ଗଲକୁ ଯାଇଥିଲା।

ଡାଳ କାଟିଲା ବେଳେ କୌଣସି କାରଣ ବଶତଃ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଗୋଡ଼ ପେଟ, ଛାତି ଆଦି ପୋଡି ଯାଇଥିଲା।

Advertisment

ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାଞ୍ଚ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା। ଏହି ଘଟଣାକୁ ନେଇ ବସୁଲେଇ ଗାଁରେ ଦୁଃଖର ବାତାବରଣ ଦେଖାଦେଇଛି।

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe