Advertisment

ଅଧିକାରୀଙ୍କ ଖୁଲାସା, କହିଲେ - ଦୁର୍ଘଟଣା ମନୂଷ୍ୟକୃତ, ସିଗନାଲ୍ ଓଭରସୁଟିଂ ହେଲା କାଳ

ଗୋଟିଏ ଟ୍ରେନ୍ ଉପରେ ଚଢ଼ି ଯାଇଛି ଆଉ ଏକ ଟ୍ରେନ୍। ତେବେ ଏପରି ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା କ’ଣ ପାଇଁ ଘଟିଲା ତାହାର କାରଣ ଖୋଜୁଛି ରେଳବାଇ ।

author-image
Niharika Rout
ଅଦ୍ୟତନ ହୋଇଛି
Train Accident

Train Accident

ବାହାନଗା ଟ୍ରେନ୍ ଟ୍ରାଜେଡି କଥା ମନରୁ ନ ଲିଭୁଣୁ ଓଡ଼ିଶା ସୀମାବର୍ତ୍ତି ଆନ୍ଧ୍ରପ୍ରଦେଶ ଆଲମଣ୍ଡା ନିକଟରେ ଘଟିଛି ଆଉ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା । ଗୋଟିଏ ଟ୍ରେନ୍ ଉପରେ ଚଢ଼ି ଯାଇଛି ଆଉ ଏକ ଟ୍ରେନ୍। ତେବେ ଏପରି ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା କ’ଣ ପାଇଁ ଘଟିଲା ତାହାର କାରଣ ଖୋଜୁଛି ରେଳବାଇ । ପ୍ରାଥମିକ ତଦନ୍ତରୁ ସିଗନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ ବୋଲି ଜଣାଯାଉଛି। ତେଣୁ ଏହା ମନୁଷ୍ୟକୃତ ତ୍ରୁଟି ବୋଲି ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି।

Advertisment

ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁଙ୍କ ସୂଚନା ଅନୁଯାୟୀ, ସିଗନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରୋ ଅର୍ଥାତ୍ ରେଡ୍ ସିଗନାଲ୍ ଥାଇ ବି ଟ୍ରେନ ଟି ଆଗକୁ ମାଡ଼ି ଚାଲି ଯାଇଛିା ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି।

ଗତ ରାତିରେ ଘଟିଥିବା ଏହି ଛାତିଥରା ଟ୍ରେନ୍‌ ଦୁର୍ଘଟଣାରେ ୧୩ ଜୀବନ ଅକାଳରେ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା- ପଲାସା ଟ୍ରେନର ୧୧ଟି କୋଚ୍ ଓ 08504 ବିଶାଖାପାଟଣା-ରାୟଗଡା ଟ୍ରେନର ୯ଟି କୋଚକୁ ସ୍ଥାନାନ୍ତର କରି ନିକଟବର୍ତ୍ତୀ ଷ୍ଟେସନକୁ ପଠାଇଦିଆଯାଇଛି । ଦୁର୍ଘଟଣାସ୍ଥଳରେ ଏବେ କେବଳ ଲାଇନଚ୍ୟୁତ ଓ କ୍ଷତିଗ୍ରସ୍ତ ହୋଇଥିବା କୋଚ୍ ଗୁଡିକ ପଡିରହିଛି ।

ଆକ୍ସିଡେଣ୍ଟି ରିଲିଫ୍ ଟ୍ରେନ୍ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ପରିସ୍ଥିତିକୁ ଦେଖି ୨୬ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ୧୧ଟି ଟ୍ରେନ ଆଂଶିକ ବାତିଲ କରାଯାଇଛି । ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି ।

Andhra Pradesh Train Accident