Advertisment

୧୬୦ କିମି ବେଗ ସାଙ୍ଗକୁ ଇନଷ୍ଟାରେ ଲାଇଭ୍, ଦୁର୍ଘଟଣାରେ ୨ ଯୁବକ ମୃତ

ଇନଷ୍ଟାଗ୍ରାମରେ ଲାଇଭ୍ ଭିଡଓ ସାଙ୍ଗକୁ ୧୬୦ କିଲୋମିଟର ବେଗରେ ଚଲାଉଥିଲେ କାର୍।

author-image
Debibandita Barick
ଅଦ୍ୟତନ ହୋଇଛି
Died young men

Died young men

ସୋଶାଲ ମିଡିଆରେ ଭାଇରାଲ ହେବାର ନିଶାରେ କବଳିତ ଯୁବପିଢି। ଏ ନିଶା ଏପରି ଘାରିଛି ଯେ, ନିଜ ସୁରକ୍ଷା କଥା ବି ଚିନ୍ତା କରୁନାହାନ୍ତି। ଏପରି ବେପରୁଆ ମନୋଭାବ ନେଇଯାଇଛି ଦୁଇ ଯୁବକଙ୍କ ଜୀବନ। ଇନଷ୍ଟାଗ୍ରାମରେ ଲାଇଭ୍ ଭିଡଓ ସାଙ୍ଗକୁ ୧୬୦ କିଲୋମିଟର ବେଗରେ ଚଲାଉଥିଲେ କାର୍।

Advertisment

ସୂଚନା ଅନୁସାରେ, ଅହମଦାବାଦରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ଦ୍ୱୟଙ୍କ ବୟସ ୨୨ ଓ ୨୭ ବର୍ଷ ହେବ। ଏମାନେ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ଗୁଜରାଟର ଅହମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିଲେ। ବିଳମ୍ବିତ ରାତିରେ ଯାତ୍ରା କରିବା ସହ ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ଲାଇଭ୍ ଭିଡିଓ ଦୃଶ୍ୟ ଅନୁସାରେ, ଗାଡିର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଥିଲା। ତା ସାଙ୍ଗକୁ ଗାଡିରେ ମଧ୍ୟ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ଲାଗିଥିଲା।

ଦ୍ରୁତ ଗତିରେ ଗାଡିଟି ଅନ୍ୟ ଗାଡିକୁ ଅତିକ୍ରମ କରି ଚାଲିଥିବା ବେଳେ ହଠାତ୍ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଅମନ ମେହବୁବାଭାଇ ଶେଖ ଏବଂ ଚିରାଗକୁମାର କେ ପଟେଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ଓ ଆହତଙ୍କ ଘର ଅହମଦାବାଦରେ ବୋଲି ପୁଲିସ କହିଛି।

Advertisment

ପୁଲିସ ସୂଚନା ଅନୁସାରେ, ରାତି ପ୍ରାୟ ୩.୩୦ରୁ ୪.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଅହମଦାବାଦର ଆଦାସ ନିକଟ ୪୮ ନଂ ଜାତୀୟ ରାଜପଥରେ ଘଟିଥିଲା ଦୁର୍ଘଟଣା। କାର୍ ଡ୍ରାଇଭର ଶାହାବାଦ ଖାନ ପଠାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। 

Accident SUV Crash Instagram Live