Advertisment

୭ ମାସ ତଳେ ବାଜିଥିଲା ସାହାନାଇ; ଆଜି ଲୁହରେ ଭିଜୁଛି ଘର ଅଗଣା

ଶେଷଥର ପାଇଁ ଦୁଇ ଦିନ ତଳେ ରାତିରେ କଥା ହୋଇଥିଲେ ଲୋପାମୁଦ୍ରା। ସେ ଦିନ ବହୁ କଥା ହେବାକୁ ଚାହୁଥିଲେ। ମାତ୍ର ସମୟ ନଥିବାରୁ ବେଶୀ କଥା ହୋଇପାରିନଥିଲେ ସରୋଜ। ରାତି ପାହିଲେ କଥା ହେବ ବୋଲି ପତ୍ନୀଙ୍କୁ କଥା ଦେଇଥିଲେ।

ଅଦ୍ୟତନ ହୋଇଛି
Lopamudra

Lopamudra

Advertisment

୭ ମାସ ତଳେ ବାଜିଥିଲା ସାହାନାଇ। ବର ବେଶରେ ସଜେଇ ହୋଇ ଲୋପାମୁଦ୍ରାଙ୍କ ହାତ ଧରି ନିଜ ଘରକୁ ଆଣିଥିଲେ ସରୋଜ। ଆଉ ସାତ ଜନମର ଜୀବନ ସାଥୀ ହେବେ ବୋଲି କଥା ଦେଇଥିଲେ। ହେଲେ ନିଷ୍ଠୁର ହେଲା ଦଇବ! ସାତ ଜନମ କ’ଣ, ଏଇ ଜନମରେ ଲୋପାମୁଦ୍ରାଙ୍କ ପାଖରୁ ସରୋଜଙ୍କୁ ଛଡ଼ାଇ ନେଲା! କାନ୍ଥରୁ ଲିଭିନି ଚିତା। କିନ୍ତୁ ଲିଭିଗଲା ଲୋପାମୁଦ୍ରାଙ୍କ ସିନ୍ଥିରୁ ସିନ୍ଦୂର। 

Advertisment

ଶେଷଥର ପାଇଁ ଦୁଇ ଦିନ ତଳେ ରାତିରେ ସରୋଜଙ୍କ ସହ କଥା ହୋଇଥିଲେ ଲୋପାମୁଦ୍ରା। ସେ ଦିନ ସେ ବହୁ କଥା ହେବାକୁ ଚାହୁଁଥିଲେ। ମାତ୍ର ସମୟ ନଥିବାରୁ ବେଶୀ କଥା ହୋଇପାରିନଥିଲେ ସରୋଜ। ରାତି ପାହିଲେ କଥା ହେବ ବୋଲି ପତ୍ନୀଙ୍କୁ କଥା ଦେଇଥିଲେ। ଖାଲି ପତ୍ନୀ ନୁହେଁ, ଭିଡିଓ କଲ୍‌ରେ ବାପା-ମାଆଙ୍କ ସହିତ କଥା ହେବ ବୋଲି କହିଥିଲେ। ହେଲେ ଅଧାରେ ରହିଗଲା ସରୋଜଙ୍କ ମନର କଥା। ରାତିର ଅନ୍ଧକାରରେ ଯମର ମୃତ୍ୟୁ ଫାସ ଧରି ଭୟଙ୍କର ରୂପ ଧରି ମାଡ଼ି ଆସିଥିଲା ପ୍ରଳଙ୍କରୀ ବନ୍ୟା ପାଣି। ଆଉ ସେଥିରେ ଭାସି ଯାଇଥିଲେ ସରୋଜଙ୍କ ସମେତ ୨୩ ଯବାନ। ଜୀବନସାଥୀଙ୍କ ଅବର୍ତ୍ତମାନରେ ଲୋପାମୁଦ୍ରାଙ୍କ ବୁକୁ ଫଟା କାନ୍ଦରେ ଭିଜି ଯାଇଛି ପୂରା ଗାଁ। ଗାଁରେ ଶୋକାକୁଳ ପରିବେଶ। ଶୂନଶାନ୍‌ ଗ୍ରାମୀଣ ପରିବେଶ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁରେ ଜନ୍ମଗ୍ରହଣ କରିଥିଲେ ସରୋଜ କୁମାର ଦାସ। ୨୦୧୨ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଫେବ୍ରୁଆରୀ ୧୧ ତାରିଖରେ ଲୋପାମୁଦ୍ରାଙ୍କୁ ସେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବାହାଘର ପରେ ଚାକିରିକୁ ପଳାଇ ଯାଇଥିଲେ। ରାକ୍ଷୀପୂର୍ଣ୍ଣିମାରେ ଘରକୁ ଆସିଥିଲେ ସରୋଜ। ଭଉଣୀମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।

Advertisment

ସେପ୍ଟେମ୍ବର ୪ ତାରିଖରେ କର୍ମ କ୍ଷେତ୍ରକୁ ଫେରିଯାଇଥିଲେ। ପ୍ରମୋସନ୍‌ ପାଇଥିବାରୁ ସିକ୍କିମ୍‌ରେ ତାଲିମ୍‌ ନେଉଥିଲେ। ୧୫ ଦିନ ତଳେ ତାଙ୍କର ଟ୍ରେନିଂ ସରିଥିଲା। ତେଣୁ ସରୋଜ ଓ ତାଙ୍କ ସାଥୀ କ୍ୟାମ୍ପକୁ ଫେରିବାର ଥିଲା। ସେହି ସମୟରେ ସିକ୍କିମରେ ବାଦଲ ଫଟା ବର୍ଷା ହୋଇଥିଲା। ଆଉ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଚୁଗଥାଙ୍ଗ ଡ୍ୟାମ ଯେଉଁଥିପାଇଁ ବନ୍ୟା ସ୍ଥିତି ଉପୁଜିଥିଲା। ଚୁଗଥାଙ୍ଗ ଡ୍ୟାମ ଭାଙ୍ଗିବାରୁ ସେହି ପାଣିରେ ଯବାନମାନେ ଭାସି ଯାଇଥିଲେ।

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

‌Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe