Advertisment

ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି; ଦୁଇ କଲେଜ ଛାତ୍ରଙ୍କ ସମେତ ୩ ମୃତ

ଦୁଇ କଲେଜ ଛାତ୍ର ଯୁକ୍ତ ଦୁଇରେ ପଢୁଥିଲେ।

author-image
Jitendra Garnayak
Accident

Accident

ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ସକାଳେ ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ଜଣ ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଅଛନ୍ତି।

Advertisment

ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଗେଡ଼ାବାଞ୍ଜି ଛକ ନିକଟରେ ଶିଆଳବାହାଳୀ ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିଲେ। ସେହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କୁ ପିଟି ଦେଇ ଚାଲି ଯାଇଥିଲା। ତାଙ୍କ ନାଁ ପୁରୁଷୋତ୍ତମ ଭୋଇ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁରୁଷୋତ୍ତମ ଯୁକ୍ତ ଦୁଇର ଛାତ୍ର ଥିଲେ। ସେ ସିଲବାହାଲିରେ ତାଙ୍କ ମାମୁ ଘରେ ରହୁଥିଲେ ଓ ସାହାଜବାହାଲ କଲେଜରେ ପଢୁଥିଲେ।

Advertisment

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତଥା ଆଦିବାସୀ ସଂଘର ସଦସ୍ୟମାନେ ପୁରୁଷୋତ୍ତମଙ୍କ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି। ପୁରୁଷୋତ୍ତମଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଦୁର୍ଘଟଣା ଘଟଣାଇଥିବା ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ସେହିପରି ଅନୁଗୋଳ ଜିଲ୍ଲା ପାଲଲହଡ଼ାର ମୁକ୍ତାପୁର ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ମଧ୍ୟ ମର୍ଣ୍ଣି ୱାକ୍‌ରେ ଯାଉଥିବା ବେଳେ କୌଣସି ଗାଡ଼ି ପିଟି ଦେଇ ଫେରାର ହୋଇଯାଇଥିଲା।

ମୃତକ ଦ୍ୱୟ ହେଉଛନ୍ତି- ସାଧୁ ସାମାଡ଼ (୨୮) ଓ ବାବୁଲି ଣୁଣ୍ଢି (୧୭)। ସାଧୁଙ୍କ ଘର ମୁକ୍ତାପୁରରେ। ସେ ଇଞ୍ଜିନିୟରିଂ ପଢ଼ିଥିଲେ। ବାବୁଳି ମୁକ୍ତାପୁରରେ ତାଙ୍କ ମାମୁ ଘରେ ରହି ପାଲଲହଡ଼ା ସ୍ଥିତ ମାଲ୍ୟଗିରି କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର ଓ ଅନୁଗୋଳରୁ ବିରଜା ଦାଶ

Accident Road Accident