Advertisment

Accident: ସଡ଼କ ଦୁର୍ଘଟଣାରେ ୩ ମୃତ

ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକ ନିକଟରେ ତିନିଟି ବାଇକ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ବଡ଼ମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଓ ବଙ୍କିଆ ଗାଁର ଚନ୍ଦନ ଭୋଇଙ୍କ ମୃତ୍ୟୁ ଘଟିଛି।

Bike Accident
Advertisment

ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକ ନିକଟରେ ତିନିଟି ବାଇକ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ବଡ଼ମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଓ ବଙ୍କିଆ ଗାଁର ଚନ୍ଦନ ଭୋଇଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଉଛନ୍ତି ବଙ୍କିଆ ଗାଁର ଶିବ ଜଗଦଲା। 

Advertisment

ଗତକାଲି ସନ୍ଧ୍ୟାରେ ମୁର୍ଷୁଣ୍ଢି ପଟରୁ ଚନ୍ଦନ ଭୋଇ ଓ ଶିବ ଜଗଦଲା ଗୋଟିଏ ବାଇକରେ ଦ୍ରୁତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଦୁଇ ବାଇକ ସହିତ ସେମାନଙ୍କର ଧକ୍କା ହୋଇଥିଲା। 

ଘଟଣାସ୍ଥଳରେ ବଡ଼ମାଳ ଗାଁର ଅଗସ୍ତି ଭୋଇଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଭଗବାନ ସେଠୀଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ବୁର୍ଲା ଡାକ୍ତରଖାନାରେ ଚନ୍ଦନ ଭୋଇଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ଶିବ ଜଗଦଲା। ଏଭଳି ଏକ ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ପୁଣି ଘଟିଛି ସିରିଜ୍ ଦୁର୍ଘଟଣା। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକରେ ଘଟିଛି ଏହି ଦୁର୍ଘଟଣା। ପ୍ରଥମେ ଏକ ଅଟୋକୁ ପଛରୁ ପିଟି ଦେଇଥିଲା କାର୍।  ଡିଭାଇଡର ଡେଇଁ ଅଟୋ ବିପରୀତ ରାସ୍ତାରେ ପଡ଼ିଥିବା ବେଳେ ଆଉ ଗୋଟିଏ କାର୍ ସହ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି। ଦୁଇଟି ପିସିଆର୍ ଆସି ଆହତଙ୍କୁ ମେଡିକାଲ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ଅଟୋକୁ ଜବତ କରିବା ସହ ପୁଲିସ ତଦନ୍ତ ଚଳାଇଛି।

ତିନି ଦିନ ତଳେ ଭୁବନେଶ୍ୱରରେ ଏକ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଘଟିଥିଲା ଏହି ଦୁର୍ଘଟଣା। ଗୋହିରା ଛକରୁ ବାଗଚୀ ହସ୍‌ପିଟାଲ ରାସ୍ତାରେ ଦୁଇଟି କାର ସହିତ ଏକ ସ୍କୁଟିର ଧକ୍କା ହୋଇଥିଲା। ଦୁଇଟି ଯାକ କାର ରାସ୍ତା କଡ଼ରେ ଥିବା ବିଲରେ ପଡ଼ିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe