Advertisment

ବନ୍ୟାଜଳରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ନାବାଳକ

ଯମୁନା ନଦୀ ଫୁଲିବା ଯୋଗୁ କିଛି ଦିନ ହେଲାଣି ଦିଲ୍ଲୀରେ ବନ୍ୟା ହୋଇଯାଇଛି। ଅନେକ ଅଞ୍ଚଳରେ ପାଣି ପଶିଯାଇଛି।

author-image
Jitendra Garnayak
Flood Water

Flood Water

ବନ୍ୟାଜଳରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ଜଣ ନାବାଳକ। ଘଟଣାଟି ଘଟିଛି ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ। ମୃତକମାନେ ହେଉଛନ୍ତି ପୀୟୂଷ (୧୩), ନିଖିଲ (୧୦) ଓ ଆଶିଷ (୧୩)।

Advertisment

ମୁକୁନ୍ଦପୁର ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ଥାନ ନିକଟରେ ଥିବା ବଡ଼ ଗାତ ବନ୍ୟାଜଳରେ ଭରି ଯାଇଛି। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ତିନି ଜଣ ନାବାଳକ ଗାଧୋଇବା ଉଦ୍ଦେଶ୍ୟରେ ଉକ୍ତ ବନ୍ୟାଜଳ ଭର୍ତ୍ତି ଉକ୍ତ ଗାତକୁ ଡେଇଁ ପଡ଼ିଥିଲେ। ତେବେ ସେମାନେ ସେଥିରେ ବୁଡ଼ି ଯାଇଥିଲେ।

ସେମାନେ ବୁଡ଼ି ଯିବା ନେଇ ସ୍ଥାନୀୟ କିଛି ଲୋକ ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ଏହି ନାବାଳକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Advertisment

ଯମୁନା ନଦୀ ଫୁଲିବା ଯୋଗୁ କିଛି ଦିନ ହେଲାଣି ଦିଲ୍ଲୀରେ ବନ୍ୟା ହୋଇଯାଇଛି। ଅନେକ ଅଞ୍ଚଳରେ ପାଣି ପଶିଯାଇଛି। ଅବଶ୍ୟ ଆଜି ଯମୁନାର ଜଳସ୍ତର ଟିକେ ହ୍ରାସ ପାଇଛି।

Delhi Deadbody Flood Situation