/odisha-reporter/media/post_attachments/uploadimage/library/16_9/16_9_0/IMAGE_1733062158.jpg)
Prasanta Naik
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ତିନି ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ- ପ୍ରଶାନ୍ତ ନାଏକ, ରୁପେଶ ଛତ୍ରିଆ ଓ ତାରେଶ୍ୱର ରଣା।
Advertisment
ଏହି ତିନି ବନ କର୍ମଚାରୀଙ୍କୁ ଉଦ୍ଧାର କରି ପ୍ରଥମେ ତୁରେକେଲା ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ହାତୀ ଘଉଡ଼ାଉ ଥିବା ବେଳେ ସେମାନଙ୍କର ଏହି ଅବସ୍ଥା ହୋଇଥିଲା। ତେବେ ଏନେଇ ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Advertisment
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
