Advertisment

କାର୍‌-ଟ୍ରକ୍ ମୁହାଁମୁହିଁ ଧକ୍କା

କାର୍‌ ଯୋଗେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଅଭିମୁଖେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।

author-image
Jitendra Garnayak
Car

Car

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଏକ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କାରରେ ଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ସମସ୍ତ ଆହତ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀର ଜଗନ୍ନାଥପୁର ଅଞ୍ଚଳର। ସେମାନେ ଗୋଟିଏ ପରିବାରର। କାର ଯୋଗେ ସେମାନେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଖବର ପାଇ ଘଷିପୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment
Accident Road Accident