Advertisment

Accident: କଣ୍ଟେନର-ବାଇକ ମୁହାଁମୁହିଁ ଧକ୍କ, ୩ ମୃତ

ମୁହାଁମୁହିଁ ଧକ୍କା ପରେ ବାଇକ୍‌ଟି କଣ୍ଟେନରର ଚକା ତଳେ ଚାପି ହୋଇ ରହିଯାଇଥିଲା। ଦୁର୍ଘଟଣା ଘଟିବା ପରେ ପ୍ରଥମେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ତା’ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା।

author-image
Jitendra Garnayak
container

କଣ୍ଟେନର-ବାଇକ୍‌ ମୁହାଁମୁହିଁ ଧକ୍କା। ତିନି ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ। ବାଇକ୍‌ ଓ କଣ୍ଟେନର ମଧ୍ୟରେ ଧକ୍କା ପରେ ଲାଗି ଯାଇଥିଲା ନିଆଁ। ନିଆଁରେ ଜଳି ଯାଇଛି କଣ୍ଟେନର ଓ ବାଇକ୍‌। ଏହି ଦୁର୍ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପିଠାମାରେନରେ।

Advertisment

୫୩ ନମ୍ବର ଜାତୀୟ ରାଜପଥରେ ତିନି ଜଣ ଯୁବକ ବାଇକ୍‌ରେ ଜମନକିରା ପଟରୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ତିନି ଯୁବକ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଗୁଡ଼ିକୁ ଡାକ୍ତରଖାନା ପଠାଇଥିଲେ। 

ମୁହାଁମୁହିଁ ଧକ୍କା ପରେ ବାଇକ୍‌ଟି କଣ୍ଟେନରର ଚକା ତଳେ ଚାପି ହୋଇ ରହିଯାଇଥିଲା। ଦୁର୍ଘଟଣା ଘଟିବା ପରେ ପ୍ରଥମେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ତା’ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା।

Advertisment

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କଣ୍ଟେନରର ସମ୍ମୁଖ ଭାଗ ପୋଡ଼ି ଯାଇଛି। ତେବେ ବାଇକ୍‌ଟି ସଂପୂର୍ଣ୍ଣ ଜଳି ଯାଇଛି। 

ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। 

ସୂଚନାଯୋଗ୍ୟ,ଗତକାଲି ରାତି ପ୍ରାୟ ୯ଟା ବେଳେ ବରଗଡ଼ ଜିଲ୍ଲା ରୁସୁଡ଼ା ଫାଣ୍ଡି ଅନ୍ତର୍ଗତ ମେହେନା ଛକରେ ଏକ ବୋଲେରୋ ଦୁଇଟି ବାଇକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିଲେ। ସେହିପରି ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।