Advertisment

ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଘରୋଇ ଇଞ୍ଜିନିୟରିଂ କଲେଜ ସାମ୍ନାରେ ଘଟିଛି ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Bike

Bike

ଟ୍ରକ୍‌ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ରାଣୀତାଲରେ ଘଟିଛି ଏହି ଘଟଣା।

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ରାଣୀତାଲ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ଟି ଦ୍ରୁତ ଗତିରେ ଭଦ୍ରକରୁ ବାଲେଶ୍ୱର ଆଡ଼କୁ ଯାଉଥିଲା। ସେହିପରି ବାଇକ୍‌ଟି ଭଦ୍ରକରୁ ମାର୍କଣା ଅଭିମୁଖେ ଯାଉଥିଲା। ବାଇକ୍‌ରେ ୩ ଜଣ ବସିଥିଲେ। 

ଟ୍ରକ୍‌ଟି ବାଇକ୍‌ଟିକୁ ଧକ୍କା ଦେବା ପରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା। 

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ୍ ସହ ଫେରାର ହୋଇଯାଇଥିଲେ ଡ୍ରାଇଭର। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। 

Accident Road Accident