Advertisment

୨୦ ଗାଡ଼ିକୁ ଘୋଷାଡ଼ି ନେଲା କଣ୍ଟେନର୍‌, ୩ ମୃତ

ଦୁର୍ଘଟଣା ଘଟାଇଥିବା କଣ୍ଟେନର ଡ୍ରାଇଭରକୁ ପୁଲିସ ଗିରଫ କରିଛି।

Accident

Accident

Advertisment

ଚାରିଆଡେ ହିଟ୍‌ ଆଣ୍ଡ ରନ୍‌ ଆଇନକୁ ନେଇ ଡ୍ରାଇଭାରମାନେ ଆନ୍ଦୋଳନ କରୁଥିବା ବେଳେ ସାମ୍ନାକୁ ଆସିଛି ଏକ ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଆସି ଧକ୍କା ଦେଇ ୨୦ଟି ଗାଡ଼ିକୁ ଘୋଷାଡ଼ି ନେଇଛି କଣ୍ଟେନର୍‌। ଆଗ୍ରା ହାଇଓ୍ୱେରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ୨୦ଟି ଗାଡିକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ କଣ୍ଟେନର ତଳେ ଫଶି ଏକ ବାଇକ୍‌ରେ ନିଆଁ ଲାଗି ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କେବଳ ସେତିକି ନୁହେଁ ଡ୍ରାଇଭରଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ କାରିଛନ୍ତି। ଏହି ଦୁର୍ଘଟଣା ଯୋଗୁ ପ୍ରାୟ ଏକ ଘଣ୍ଟା ଯାଏଁ ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ ସମସ୍ୟା ସୃଷ୍ଟି ହୋଇଥିଲ। କଣ୍ଟେନର ଧକ୍କାରେ ପ୍ରାୟ ଅନେକ ଗାଡ଼ି ନଷ୍ଟ ହୋଇଯାଇଛି।

Advertisment

ଦୁର୍ଘଟଣା ଘଟାଇଥିବା କଣ୍ଟେନର ଡ୍ରାଇଭରକୁ ପୁଲିସ ଗିରଫ କରିଛି। ସମସ୍ତ ୯ ଜଣ ଆହତଙ୍କୁ ଉଦ୍ଧାର କରି ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ନିଶାସକ୍ତ ଅବସ୍ଥାରେ କଣ୍ଟେନର ଡ୍ରାଇଭର ଜଣକ ଗାଡ଼ି ଚଳାଥିଲା ବୋଲି ପୁଲିସ କହିଛି।

Accident Agra Highway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe