Advertisment

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ବାପାପୁଅ ସମେତ ୩ ମୃତ

ଘଟଣାସ୍ଥଳରେ ହିଁ ସୁନୀଲ ଓ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Accident

Accident

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଠଣାଗାଁ ରାସ୍ତା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଓ ତାଙ୍କ ପୁଅ ସୁନିଲ ଗୌଡ(୨୫) ଏବଂ ବି. ଏନପୁର ଥାନା ଅଧୀନ ଗଈଲୁଣ୍ଡି ଗାଁର ରାଜେଶ ପାଣିଗ୍ରାହୀ।

ମିଳିଥିବା ସୂଚନା ଅନୁଯାୟୀ, ରାଜେଶ ଓ ତାଙ୍କ ସାଙ୍ଗମାନେ ବାରିଆପଥରକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାରୁ ସେ ଫେରିବା ସମୟରେ ବିପରୀତ ଦିଗରୁ ଦଉ ଓ ସୁନୀଲ ଆସୁଥିଲେ। କୌଣସି କାମରେ ବାପପୁଅ ଜରଡ଼ା ଯାଇଥିବା ବେଳେ ନିଜ ଗ୍ରାମକୁ ଫେରୁଥିଲେ। ହେଲେ ଠଣାଗାଁ ନିକଟରେ ସେମାନଙ୍କ ସହିତ ରାଜେଶଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।