Advertisment

ବାଇକକୁ ପିଟି ଦେଲା ଟ୍ରେଲର, ୩ ମୃତ

ଦୁର୍ଘଟଣା ଘଟାଇ ଟ୍ରେଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ପୁଲିସ ଏହାକୁ ଧରିଥିଲା।

Accident

Accident

Advertisment

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟର ଲଙ୍ଗଲକଣ୍ଟି ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ଏକ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି- ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା, ଭଦ୍ର ଖାଟୁଆ ଓ ସାନବରବେଡା ଗ୍ରାମର ମହେଶ୍ୱର ନାଏକ।

Advertisment

ଏହି ତିନି ଜଣ ଏକ ବାଇକ ଯୋଗେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ସମୟରେ ଭାରତ ପେଟ୍ରୋଲ ପମ୍ପ ଓ ଗୋଦାବରୀ ଢାବା ମଧ୍ୟରେ ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ଦୁର୍ଘଟଣା ଘଟାଇ ଟ୍ରେଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ପୁଲିସ ଏହାକୁ ଧରିଥିଲା।

Advertisment

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe