Advertisment

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ୩ ମୃତ

ବାଇକ୍‌ରେ ବସିଥିବା ୩ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Bus

Bus

ବସ୍‌ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଏମଭି ୭ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା।

Advertisment

ବସଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ବାଇକ୍‌ଟି ବିପରୀତ ଦିଗରୁ ଆସୁଥିଲା। ବାଇକରେ ୩ ଜଣ ବସିଥିଲା। ବସ୍‌ ସହିତ ପିଟି ହେବା ପରେ ବାଇକ୍‌ରେ ବସିଥିବା ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହଗୁଡ଼ିକୁ ସଦର ମହକୁମା ଚିକିତ୍ସାଳୟକୁ ପଠାଇଛି। ଖବର ଲେଖାଯିବା ସୁଦ୍ଧା ୩ ମୃତକଙ୍କର ପରିଚୟ ମିଳିପାରିନାହିଁ।

Advertisment
Accident