Advertisment

ଟ୍ରକ୍‌ ଚକା ଚଳେ ଚାପି ହୋଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ନୂଆଁଖାଇ ପାଇଁ ଥୁଆମୁଲ୍-ରାମପୁର ଥାନା କାଠକୁରା ଗାଁର ପଦୁସର ନାଏକ ନିଜ ପରିବାର ଲୋକଙ୍କ ସହ ଅଟୋରେ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ।

Accident

Accident

Advertisment

ଟ୍ରକ୍‌ ଚକା ଚଳେ ଚାପି ହୋଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ତେବେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ନୂଆଁଖାଇ ପାଇଁ ଥୁଆମୁଲ୍-ରାମପୁର ଥାନା କାଠକୁରା ଗାଁର ପଦୁସର ନାଏକ ନିଜ ପରିବାର ଲୋକଙ୍କ ସହ ଅଟୋରେ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ହେଲେ ଅଟୋଟି ଜୁନାଗଡ଼ ଥାନା ଦାସୀ ଗାଁ ନିକଟରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପଦୁସର ନାଏକ, ତାଙ୍କ ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଅଟୋ ଭିତରେ ଚାପି ହୋଇଥିବା ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଥିବା ବେଳେ ଚାଳକକୁ ଅଟକ ରଖିଛି।

Advertisment

ରିପୋର୍ଟ-ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Accident Roadaccident Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe