Advertisment

ଘରକୁ ଫେରୁଥିଲେ ୩ ଯୁବକ; ମଝି ରାସ୍ତାରେ ମାଡ଼ିଗଲା ହାଇୱା

କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ତୋଡା ବସ୍ତିର ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ ଓ ଅନୀଲ ଦେହୁରୀ ଶ୍ରମିକ ଭାବେ କାମ କରନ୍ତି। ସବୁଦିନ ପରି ଆଜି କାମ କରିବା ପାଇଁ ବାଇକ୍‌ରେ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

କାମ କରି ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ ୩ ଯୁବକ। ହେଲେ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଉପରେ ଚଢିଗଲା ହାଇୱା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

କୋଇଡା ଥାନା କାଲଟା ଫାଣ୍ଡି ଅନ୍ତର୍ଗତ ତୋଡା ବସ୍ତିର ଦେବେନ୍ଦ୍ର ଦେହୁରୀ, ଅନାଦି ନାଏକ ଓ ଅନୀଲ ଦେହୁରୀ ଶ୍ରମିକ ଭାବେ କାମ କରନ୍ତି। ସବୁଦିନ ପରି ଆଜି କାମ କରିବା ପାଇଁ ବାଇକ୍‌ରେ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ 520 ଜାତୀୟ ରାଜପଥର ବେଞ୍ଜାଢ଼ି ବ୍ରିଜରେ ସମ୍ମୁଖରୁ ଆସୁଥିବା ହାଇୱା ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ୱାର ସେଠାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କିଛି ସମୟ ପାଇଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ୍‌। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବୁଝାସୁଝା ପରେ ଉତ୍ତେଜନା ପ୍ରଶମିତ ହୋଇଛି। ପୂର୍ବପରି ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।

Advertisment

ସେପଟେ ହାଇୱା ଡ୍ରାଇଭର କିଛି ଦୂରରେ ଗାଡ଼ି ଛାଡ଼ି ପଳାଇ ଯାଇଛି। ପୁଲିସ୍‌ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହାପୂର୍ବରୁ ଅର୍ଥାତ ସପ୍ତାହେ ତଳେ ବୋଲେରୋ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଥିଲା।

ରିପୋର୍ଟ- କୋଇଡାରୁ ସୁନୀଲ କୁମାର ପଣ୍ଡା

Accident Sundargarh