/odisha-reporter/media/post_attachments/uploadimage/library/16_9/16_9_0/Ambulance_1721321404.jpg)
Ambulance
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ରାଜା ମୁଣ୍ଡା ବାଇପାସ୍ ଛକରୁ କୋଇଡ଼ାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଆଜି ହାଇୱା ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
Advertisment
ରାଜା ମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଜାତୀୟ ରାଜପଥ ଦବି ଯାଇଥିଲା। ତେଣୁ କିଛି ଶ୍ରମିକ ରାସ୍ତାର ମରାମତି କରୁଥିଲେ। କିନ୍ତୁ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ବ୍ୟାରିକେଡ୍ କରାଯାଇ ନଥିଲା। କେବଳ ଷ୍ଟପ୍ ଲେଖାଯାଇଥିବା ବୋର୍ଡ ମରାଯାଇଥିଲା।
ରାତିରେ କାମ ଚାଲିଥିବା ବେଳେ ଏକ ହାଇୱା ଦ୍ରୁତ ଗତିରେ ଆସି ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତାହତମାନଙ୍କୁ ପୁଲିସ୍ ବଣାଇ ଡାକ୍ତରଖାନାକୁ ପଠାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
