Advertisment

ମାଛ ଧରିବା ବେଳେ ୩ ଜଣ ଭାସିଗଲେ

ପିପିଲିପାଲି ଗାଁ ପୋଢ଼ ପରିବାରର ଏହି ତିନି ଜଣ ଭରସୁଜା ନିକଟରେ ଥିବା କୁଲହାରୀ ନାଳରେ ମାଛ ଧରୁଥିଲେ।

author-image
Jitendra Garnayak
Flood Water

Flood Water

ମାଛ ଧରିବା ବେଳେ ୩ ଜଣ ଭାସିଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଭରସୁଜା ଗାଁରେ।

Advertisment

ମୃତକଙ୍କ ନାଁ ଗୁଲେକ ପୋଢ଼। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ରଜନୀ ପୋଢ଼। ସେହିପରି ନିଖୋଜ ଥିବା ବ୍ୟକ୍ତିଙ୍କ ନାଁ ପ୍ରମୋଦ ପୋଢ଼।

ପିପିଲିପାଲି ଗାଁ ପୋଢ଼ ପରିବାରର ଏହି ତିନି ଜଣ ଭରସୁଜା ନିକଟରେ ଥିବା କୁଲହାରୀ ନାଳରେ ମାଛ ଧରୁଥିଲେ। ପ୍ରବଳ ବର୍ଷା ଯୋଗୁ ହଠାତ ଅଧିକ ପାଣି ଆସି ତିନି ଜଣଙ୍କୁ ଭସାଇ ନେଇଥିଲା।

Advertisment

ଆଗଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। କିନ୍ତୁ ଗୁଲେକ ପୋଢ଼ଙ୍କର ପାଣି ଭିତରେ ମୃତ୍ୟୁ ହୋଇସାରିଥିଲା। ଅଗ୍ନିଶମ ବାହିନୀ ତାଙ୍କ ଶବକୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛି।

ପ୍ରମୋଦ ପୋଢ଼ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ରହିଛି।

Drowning Drown Case Drowning Death