/odisha-reporter/media/post_attachments/uploadimage/library/16_9/16_9_0/River_1709992914.jpg)
River
ସୁନ୍ଦରଗଡ଼ ଜିଲ୍ଲା ସେମିନାରେ ୩ ଜଣ ନାବାଳକ ଇବ୍ ନଦୀରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରି ନାହିଁ।
Advertisment
ଏହି ତିନି ନାବାଳକଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ୧୨ ଓ ୧୦ ବର୍ଷ ହୋଇଥିବା ଜଣାପଡ଼ିଛି। ସେମାନେ ସମସ୍ତେ ସୁନ୍ଦରଗଡ଼ର ରିଜେଣ୍ଟ ମାର୍କେଟ ଅଞ୍ଚଳର ବାସିନ୍ଦା।
ଆଜି ନିଜ ପରିବାର ଲୋକଙ୍କ ସହିତ ସେମିନାକୁ ଭୋଜି କରିବାକୁ ଆସିଥିଲେ ଏହି ତିନି ନାବାଳକ। ଭୋଜି ଖାଇ ସାରିବା ପରେ ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ସେମିନାରେ ଇବ୍ ନଦୀରେ ଚୋରା ବାଲି ଥିବାରୁ ସେମାନେ ସେଥିରେ ଫସି ଆଉ ବାହାରି ପାରି ନଥିଲେ ବୋଲି କୁହାଯାଉଛି।
Advertisment
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ କାହାକୁ ଠାବ କରିପାରି ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
