Advertisment

ବର ଗଛ ମୂଳରେ ଛିଡ଼ା ହୋଇଥିଲେ; ବଜ୍ରପାତରେ ଟଳି ପଡ଼ିଲେ ୩ ଯୁବକ

ଆଜି ପ୍ରବଳ ଗିରମ ଓ ଗୁଳୁଗୁଳି ହେଉଥିଲା। ତେଣୁ ଖଲିଆପାଲି ପଞ୍ଚାୟତ ଦୁଆନଡିହିର ଧନୁର୍ଜୟ ନାୟକ, ଶୁଖଦେବ ବନଛୁର, ନିରଜ କୁମ୍ଭାର ଓ ଅନ୍ୟ ୨ ଜଣ ଯୁବକ ମଧ୍ୟାହ୍ନରେ ଖାଇସାରି ଗାଁ ମୁଣ୍ଡକୁ ବୁଲିବା ପାଇଁ ଯାଇଥିଲେ। ସେହି ସମୟରେ ବର୍ଷା ହୋଇଥିଲା।

undefined

Lightning

Advertisment

ବର୍ଷା ହେବାରୁ ବର ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଗଛ ମୂଳରେ ଟଳି ପଡ଼ିଲେ ୩ ଯୁବକ। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି। ଆଜି ଅପରାହ୍ନରେ ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

Advertisment

ଆଜି ପ୍ରବଳ ଗିରମ ଓ ଗୁଳୁଗୁଳି ହେଉଥିଲା। ତେଣୁ ଖଲିଆପାଲି ପଞ୍ଚାୟତ ଦୁଆନଡିହିର ଧନୁର୍ଜୟ ନାୟକ, ଶୁଖଦେବ ବନଛୁର, ନିରଜ କୁମ୍ଭାର ଓ ଅନ୍ୟ ୨ ଜଣ ଯୁବକ ମଧ୍ୟାହ୍ନରେ ଖାଇସାରି ଗାଁ ମୁଣ୍ଡକୁ ବୁଲିବା ପାଇଁ ଯାଇଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତେଣୁ ସେମାନେ ଗାଁ ମୁଣ୍ଡରେ ଥିବା ବର ଗଛ ମୂଳକୁ ଚାଲି ଯାଇଥିଲେ। ସେଠାରେ ବସି କଥାବାର୍ତ୍ତା ହେଉଥିଲେ। ହଠାତ୍‌ ସେହି ସମୟ ବଜ୍ରପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ଧନୁର୍ଜୟ ନାୟକ, ଶୁଖଦେବ ବନଛୁର ଓ ନିରଜ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଚେତାହରାଇ ପଡ଼ିଥିଲେ।

ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପଦ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ସେମାନଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

Advertisment

ରିପୋର୍ଟ- ପଦ୍ମପୁରରୁ ସୋମେଶ ମହାନ୍ତି

BARAGADA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe