Advertisment

ବସ୍-ଟ୍ରକ୍ ଧକ୍କା; ୩ ଜଣ ପୁଲିସ କର୍ମୀ ମୃତ, ୧୦ ଆହତ

ପାଖାପାଖି ୧୫-୨୦ ଜଣ ପୁଲିସ ଏକ ବସରେ ଜଳନ୍ଧରରୁ ଗୁରୁଦାସପୁର ଯାଉଥିଲେ।

author-image
Debibandita Barick
Accident Spot

Accident Spot

ଦୁର୍ଘଟଣାରେ ତିନି ଜଣ ପୁଲିସ କର୍ମୀଙ୍କ ଦୁଃଖଦ ମୃତ୍ୟୁ। ପଞ୍ଜାବର ମୁକାରିଆନ ନିକଟରେ ଘଟିଛି ଏହି ଘଟଣା। ଏକ ଟ୍ରକକୁ ପୁଲିସ ଗାଡି ଧକ୍କା ଦେବା ଫଳରେ ପୁଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ପାଖାପାଖି ୨୦ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପଞ୍ଜାବର ହୋଶିଆର ପୁର ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ମୁକେରିଆନ ସହର ନିକଟରେ ସକାଳ ପ୍ରାୟ ୬ଟା ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା ପୁଲିସ ବସ୍। ଏଥିରେ ଡ୍ରାଇଭିଂ କରୁଥିବା ମହିଳା କନଷ୍ଟେବଳଙ୍କ ସମେତ ଦୁଇ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।

Advertisment

ମୁକେରିଆନ ପୁଲିସ ଷ୍ଟେସନ ଅଧିକାରୀ ଜୋଗିନ୍ଦର ସିଂହ କହିଛନ୍ତି ଯେ, ବସରେ କେବଳ ପୁଲିସ କର୍ମଚାରୀ ହିଁ ଯାତ୍ରା କରୁଥିଲେ। ପାଖାପାଖି ୧୫-୨୦ ଜଣ ପୁଲିସ ଜଳନ୍ଧରରୁ ଗୁରୁଦାସପୁର ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Police Death In Accident Police Bus Collide Accident