Advertisment

କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ି ଦେଲା ସାପ, ୩ ଛାତ୍ରଛାତ୍ରୀ ମୃତ

ଆଉ ଜଣେ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
Dead Student

Dead Student

Advertisment

ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ଆଉ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ମୃତ ଛାତ୍ରଛାତ୍ରୀମାନେ ହେଉଛନ୍ତି- ରାଜା ନାଏକ (୧୨), ସ୍ନେହାଶ୍ରୀ ନାଏକ (୧୦) ଓ ଏଲିନା ନାଏକ (୭)। ସେହିପରି ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ (୧୨)। 

ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି। କେଉଁ ସାପ କାମୁଡ଼ିଛି ତାହା ଜଣାପଡ଼ିନି। ତେବେ ଚିତି ସାପ କାମୁଡ଼ିଥିବା କୁହାଯାଉଛି। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସକାଳ ସାଢ଼େ ୭ଟାରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି। 

Advertisment

ମୃତ ଏଲିନାଙ୍କ ମା’ ଦମୟନ୍ତୀ ନାଏକ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ। ଆସନ୍ତା ୩୦ ତାରିଖରେ ସେ ତା’ ପାଖକୁ ଯିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳେ ଫୋନ୍ ଆସିଲା ଝିଅ ଆଉ ନାହିଁ। 

ଏଲିନାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ରାତି ୩ଟାରୁ ଏ ଘଟଣା ଘଟିଲାଣି। କିନ୍ତୁ ପରିବାର ଲୋକଙ୍କୁ କିଛି କୁହାଯାଇ ନଥିଲା। ସାପ କାମୁଡ଼ିଛି ବୋଲି ଆମେ ବାହାର ଲୋକଙ୍କ ଠାରୁ ଶୁଣିଛୁ। କି ସାପ ତାହା ବି ସ୍ପଷ୍ଟ ହୋଇନି। 

ସ୍ନେହାଶ୍ରୀ ନାଏକଙ୍କ ବାପା କହିଛନ୍ତି ଯେ ଏଠାରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ରହିବା ବ୍ୟବସ୍ଥା ଥିଲା। କିନ୍ତୁ ପିଲାମାନେ ତଳେ ଶୋଉଥିଲେ। 

ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀମାନେ ଉକ୍ତ କୋଚିଂ ସେଣ୍ଟର ଛାଡ଼ି ପଳାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବା ପାଇଁ କେନ୍ଦୁଝର ଡିଇଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। 

Deadbody Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe