/odisha-reporter/media/post_attachments/uploadimage/library/16_9/16_9_0/Dead_Body_1718712044.jpg)
Dead Body
ପୁରୀ ଜିଲ୍ଲା ବାଲିଡ଼ିଆରେ ଦେବୀ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ରୋହନ ବେହେରା, ଓମ୍ ବେହେରା ଓ କାହ୍ନା ବେହେରା। ସେମାନେ ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା ଥିଲେ। ରୋହନ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କାହ୍ନା ନବମ ଏବଂ ଓମ୍ ଦଶମ ଶ୍ରେଣୀରେ ପଢୁଥିଲେ।
ରୋହନ, ଓମ ଓ କାହ୍ନା ଆଜି ଦେବୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ସେମାନଙ୍କ ପରିବାର ଲୋକେ ଖୋଜାଖୋଜି କରିବାକୁ ନଦୀ ପାଖକୁ ଯାଇଥିଲେ। ସେଠାରେ ଏକ ଡଙ୍ଗାରେ ସେମାନଙ୍କ ପ୍ୟାଣ୍ଟ-ଶାର୍ଟ ଥିଲା। ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା। ଗ୍ରାମବାସୀଙ୍କ ସହାୟତାରେ ନଦୀରେ ଖୋଜାଖୋଜି କରିବା ପରେ ତିନୋଟି ଯାକ ଛୁଆ ଭାସୁଥିବା ସେମାନେ ଦେଖିଥିଲେ।
ରୋହନ, ଓମ୍ ଓ କାହ୍ନାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଚାରିଛକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
