Advertisment

ପୁଲିସ କର୍ମଚାରୀଙ୍କ ବାଇକ୍ ଧକ୍କାରେ ତିନି ଛାତ୍ରଛାତ୍ରୀ ଆହତ

ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ୍ ଆହତ ଛାତ୍ରଛାତ୍ରୀମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Accident

Accident

Advertisment

ଅନୁଗୋଳ ସଦର ଥାନା ଛେଳିଆପଡ଼ା ଗାଁରେ ଜଣେ ପୁଲିସ କର୍ମଚାରୀଙ୍କ ବାଇକ୍ ଧକ୍କାରେ ୩ ଜଣ ଛାତ୍ରଛାତ୍ରୀ ଆହତ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ଅନୁଗୋଳ ପୁଲିସ ରିଜର୍ଭ ବାରାକରେ କାର୍ଯ୍ୟ କରୁଥିବା ଚନ୍ଦନ ନାଏକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଛେଳିଆପଡ଼ା ଛକରୁ ରିଜର୍ଭ ବାରାକକୁ ବାଇକ୍ ଯୋଗେ ଯାଉଥିଲେ। ସେହି ସମୟରେ ସ୍କୁଲ୍‌ରୁ ଘରକୁ ସାଇକେଲରେ ଫେରୁଥିବା ଏହି ୩ ଛାତ୍ରଛାତ୍ରୀଙ୍କୁ ସେ ଧକ୍କା ଦେଇଥିଲେ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ୍ ଆହତ ଛାତ୍ରଛାତ୍ରୀମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଜଣେ ଛାତ୍ରଙ୍କୁ ମଧ୍ୟ ସେଠାରୁ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଛି। ପୁଲିସ୍ ଓ ଶିକ୍ଷା ବିଭାଗର ଅଧିକାରୀମାନେ ପହଞ୍ଚି ଏହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ସେମାନଙ୍କୁ କିଭଳି ଭଲ ଚିକିତ୍ସା ସେବା ମିଳିପାରିବ, ସେ କଥା ଅନୁଧ୍ୟାନ କରିଥିଲେ।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe