Dead Bodies
ମାଡ଼ିଗଲା ସରକାରୀ (ଓଏସ୍ଆରଟିସି) ବସ୍। ଚାଲିଗଲା ୩ ଛାତ୍ରୀଙ୍କ ଜୀବନ। ଅଧା ରହିଗଲା ଜଗା ଦର୍ଶନ। ଆଜି ଅପରାହ୍ନରେ ପୁରୀ ଜିଲ୍ଲା ପିପିଲିର ତରାକାଜ ନିକଟରେ ଘଟିଛି ଏହି ଦୁର୍ଘଟଣା।
ମୃତ ଛାତ୍ରୀମାନେ ହେଉଛନ୍ତି- ରିମିଝିମି ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୨)।
ରିମିଝିମିଙ୍କ ଘର ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ। ଏଲିନାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ। ସେହିପରି କାଜଲଙ୍କ ଘର ମଧ୍ୟ କେନ୍ଦ୍ରାପଡ଼ାରେ। ଏଲିନା ଓ କାଜଲ ଦୁଇ ସଂପର୍କୀୟ ଭଉଣୀ।
ମୃତ ଛାତ୍ରୀମାନେ ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରେ ପଢୁଥିଲେ।
ଏହି ଛାତ୍ରୀମାନେ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ ଜଗା ଦର୍ଶନ ପାଇଁ। ପିପିଲିର ତରାକାଜ ନିକଟରେ ରଙ୍ଗରୁଟ୍ରୁ ଆସି ଆଉ ଏକ ସ୍କୁଟି ସେମାନଙ୍କୁ ସାଇଡ୍ ମାରିଥିଲା। ଉକ୍ତ ସ୍କୁଟି ସାଇଡ୍ ମାରି ଗଲା ବେଳେ ଛାତ୍ରୀମାନଙ୍କ ସ୍କୁଟିରେ ସାମାନ୍ୟ ମାଡ଼ ହୋଇଯାଇଥିଲା। ଫଳରେ ଛାତ୍ରୀମାନେ ଛିଟିକି ରାସ୍ତାରେ ପଡ଼ିଯାଇଥିଲେ। ସେହି ସମୟରେ ପଛରୁ ଆସୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବା ଓଏସ୍ଆରଟିସିର ଏକ ବସ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ବସର ପଛ ଚକା ସେମାନଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି।
ପାଟ୍ରୋଲିଂ ପୁଲିସ ଏହି ଯୁବତୀମାନଙ୍କୁ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଘଟିବା ପରେ ବସ୍ଟି ସେଠାରୁ ସିଧା ଯାଇ ପିପିଲି ଥାନାରେ ଆତ୍ମସମର୍ପଣ କରିଥିଲା। ତେବେ ସାଇଡ୍ ମାରିଥିବା ସ୍କୁଟିଟି ସଂପର୍କରେ କିଛି ଜଣାପଡ଼ିନାହିଁ।
ମୃତକଙ୍କ ପରିବାର ଲୋକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1751112664.jpg)