Advertisment

ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ

ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ଏହି ତିନି ମହିଳା।

author-image
Jitendra Garnayak
ଅଦ୍ୟତନ ହୋଇଛି
Lightning

Lightning

ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତକମାନେ ହେଲେ ଗାଁ ଶାନ୍ତି ଲିମଗଛିଆ, ରୂପେ ନିମଗଛିଆ ଓ ଲତା ନିମଗଛିଆ। ସେମାନେ ସମସ୍ତେ ଗୋଟିଏ ପରିବାରର। ଅପରାହ୍ନରେ ଏହି ତିନି ଜଣ କାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। 

ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୁଲିସ ପହଞ୍ଚିଥିଲା। ପୁଲିସ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠାଇଛି।

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Lightning Death