Advertisment

ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରିଯାନ ଧକ୍କାରେ ବାଘଟି ଗୁରୁତର ହୋଇ ଛଟପଟ ହେଉଥିଲା।

author-image
Niharika Rout
Tiger

Tiger

ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରିଯାନ ଧକ୍କାରେ ବାଘଟି ଗୁରୁତର ହୋଇ ଛଟପଟ ହେଉଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଓ ଭଞ୍ଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି।

Advertisment

ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା, କେଉଁ ଗାଡ଼ି ଧକ୍କାରେ ତା’ର ଜୀବନ ଗଲା ତାହାର ତଦନ୍ତ କରୁଛି ବନ ବିଭାଗ। ଆଜି ଭଞ୍ଜନଗର ନର୍ସରୀରେ ମୃତ ବାଘଟିର ବ୍ୟବଚ୍ଛେଦ ହେବା ପରେ ସେଠାରେ ହିଁ ତାକୁ ପୋତି ଦିଆଯିବ । ଏନେଇ ଉପରିସ୍ଥ ଅଧିକାରୀଙ୍କ କୌଣସି ମତାମତ ମିଳି ପାରିନି। 

Ganjam Road Accident Tiger