Advertisment

ଆଖି ବୁଜିଲା ବାଘୁଣୀ ରାଣୀ

ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger

Tiger

ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ’ରାଣୀ’ର ମୃତ୍ୟୁ ଘଟିଛି।। ଗର୍ଭାଶୟ ସଂକ୍ରମଣରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଣୀକୁ ୭ ବର୍ଷ ହୋଇଥିଲା।

Advertisment

ଗତକାଲି ସନ୍ଧ୍ୟାରେ ରାଣୀକୁ ବାନ୍ତି ହୋଇଥିଲା। ପରେ ଡାକ୍ତର ତାର ଚିକିତ୍ସା କରିଥିଲେ। ରାଣୀର ଗର୍ଭାଶୟରେ ସଂକ୍ରମଣ ହୋଇଥିବା ଜଣାଯାଇଥିଲା। ପରେ ରାଣୀର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ରାତି ୯ଟା ୧୩ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ହୋଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ରାଣୀ ରକ୍ତବାନ୍ତି କରିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ସୂଚନା ଦେଇଛନ୍ତି। ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା। ଗତ ସେପ୍ଟେମ୍ବର ୯ରେ ଉଭୟଙ୍କୁ କମନ୍ ଏନକ୍ଲୋଜରରେ ଅଲଗା ଅଲଗା କରି ରଖାଯାଇଥିଲା।

Advertisment
Sambalpur Tiger Deadbody