Advertisment

ରକ୍ତମୁଖା କଲରାପତରିଆ ବାଘ; ନାବାଳକଙ୍କ ପରେ ମହିଳାଙ୍କୁ ମାରି ଖାଇଲା

ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ।

ଅଦ୍ୟତନ ହୋଇଛି
Tiger

Tiger

Advertisment

ମାତ୍ର ୫ ଦିନ ବ୍ୟବଧାନରେ ପୁଣି ଥରେ ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘ ଏପରି ଆତଙ୍କ ଖେଳାଇଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

Advertisment

ବାଘଟି ସିଲିଆରିବାହାରା ଗାଁର ଜଣେ ମହିଳାଙ୍କୁ ବାଘଟି ଜଙ୍ଗଲରେ ମାରି ଖାଇଦେଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।

ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା। ମୃତ ବାଳକର ନାଁ ଡମ୍ବରୁଧର ଧରୁଆ।

Advertisment

ସନ୍ଧ୍ୟାରେ ନାବାଳକଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଏକ ଗୁମ୍ଫାରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା।

Nuapada Tiger Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe