Advertisment

ନୂଆପଡ଼ାରେ ଚାଞ୍ଚଲ୍ୟ; 8 ବର୍ଷର ବାଳକକୁ ଝାମ୍ପି ନେଲା ବାଘ

ପିଲାଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିବା ଜଣାପଡ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Tiger

Tiger

ଏକ ୮ ବର୍ଷର ବାଳକକୁ ଝାମ୍ପି ନେଲା କଲରାପତରିଆ ବାଘ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଘଟିଛି ଏହି ଅଘଟଣ। 

Advertisment

ମୃତ ବାଳକର ନାଁ ଡମ୍ବରୁଧର ଧରୁଆ। ଆଜି ସନ୍ଧ୍ୟାରେ ସେ ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏକ ଗୁମ୍ଫାରୁ ବାଘଠାରୁ ଶିଶୁଟିକୁ ଉଦ୍ଧାର କରିଥିଲେ ସେମାନେ। ତେବେ ଘରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। 

ଘଟଣା ସଂପର୍କରେ ଖବର ପାଇବା ପରେ ବନଜନ୍ତୁ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ପଠାଯାଇଛି।

Advertisment

ରାତି ପ୍ରାୟ 9ଟା ସୁଦ୍ଧା କଟିଙ୍ଗପାଣି ଗାଁ ଗୋଧସପଡ଼ାର ଡମ୍ବରୁଧରଙ୍କ ଘର ପାଖାପାଖି ଦୁଇଟି ବାଘ ବିଚରଣ କରୁଥିବା ଜଣାପଡ଼ିଛି। 

Tiger