Advertisment

ଶତାଧିକ ଲୋକ ଦେଖୁଥିଲେ ମେଲୋଡ଼ି, ଭୁଶୁଡ଼ି ପଡ଼ିଲା ଛାତ

ଛାତ ଭୁଶୁଡ଼ି ପଡିବା ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Music Event

Music Event

Advertisment

ବିହାରର ଏକ ଛାତ ଭୁଶୁଡ଼ି ଏକାଧିକ ଲୋକ ଆହତ ହୋଇଛନ୍ତି। ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡ଼ି ଦେଖିବା ସମୟରେ ଏହି ଅଘଟଣ ଘଟିଛି। ଫଳରେ ଏକାଧିକ ଲୋକ ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ବିହାର ଛପରରେ ଚାଲିଥିବା ମହାବୀର ମେଳା ସମୟରେ ଏହି ଦୁର୍ଘଟଣା ଘଟିଛି। ମେଳାରେ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତକାଲି ରାତିରେ ହଜାର ହଜାର ଦର୍ଶକ ମେଲୋଡି ଦେଖିବାକୁ ଉପସ୍ଥିତ ହୋଇଥିଲେ।

ମେଲୋଡ଼ିକୁ ଏତେ ଲୋକ ଆସିଥିଲେ ଯେ, ଲୋକଙ୍କୁ ଛିଡ଼ା ହେବାକୁ ବି ଜାଗା ମିଳିନଥିଲା। ଫଳରେ ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡିର ମଜା ନେଉଥିଲେ। ଏପରିକି କିଛି ମଧ୍ୟ ଗଛରେ ଚଢି ମେଲୋଡି ଦେଖୁଥିଲେ। ଏହି ସମୟରେ ହଠାତ୍ ଟିଣ ଛାତଟି ଭୁଶୁଡ଼ି ତଳେ ଥିବା ଲୋକଙ୍କ ଉପରେ ପଡ଼ିଥିଲା।

Advertisment

ଏଥିସହ ଛାତ ଉପରେ ବଶିଥିବା ଲୋକେ ମଧ୍ୟ କଚ୍ଚାଡ଼ି ହୋଇ ତଳେ ପଡ଼ିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 10 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଛାତ ଭୁଶୁଡ଼ି ପଡିବା ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Bihar News Bihar Melody Bihar Roof Collapse News Roof Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe